ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ କାନପୁରରେ ଘଟିଥିବା ହିଂସାର ତଦନ୍ତ କରିବ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) | ଏନେଇ ରବିବାର କାନପୁର ପୋଲିସ କମିସନର ବିଜୟ ସିଂହ ମିନା କହିଛନ୍ତି | ସେ କହିଛନ୍ତି ହିଂସାର ସବିଶେଷ ତଦନ୍ତ ପାଇଁ ଏସଆଇଟି ଗଠନ ସହିତ ଆଉ କେତେକ ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ କଲ ରେକର୍ଡ ଓ ନେଟୱର୍କ ସମ୍ପର୍କରେ ତଦନ୍ତ କରାଯିବ। ପଥର ଫିଙ୍ଗାଳିମାନଙ୍କୁ ଚିହ୍ନଟ କରାଯିବା ଲାଗି ସେମାନଙ୍କ ଫଟୋ ସର୍ବସାଧାରଣରେ ଲଗାଯାଇଛି। ପଥର ଫିଙ୍ଗାଳିଙ୍କୁ ଚିହ୍ନଟ କରିବାରେ ସହଯୋଗ କରିବାକୁ ପୁଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛି। ହିଂସାକାଣ୍ଡ ସ୍ଥଳରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍ଆଇ) ଓ ଅନ୍ୟ ମୁସଲମାନ ସଂଗଠନ ଏସଡିପିଆଇ, ସିଏଫଆଇ ଓ ଆରଆଇଏଫ୍ର କାଗଜପତ୍ର ଜବତ କରାଯାଇଛି। ଏହି ହିଂସା ଘଟଣାରେ ପୁଲିସ ୨୯ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ମୁସଲମାନ ନେତା ହାୟତ ଜାଫର ହାସିମ୍ ଏହି ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସ କହିଛି। ହାୟତ ଏକ ମୁସଲିମ ସଂଗଠନର ଅଧ୍ୟକ୍ଷ ଅଛନ୍ତି। ହାୟତ ଟେକାପଥର ମାଡ କରିବା ଲାଗି ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗିରଫ ଚାରି ଅଭିଯୁକ୍ତ ହାୟତ ଜାଫର, ଅହମ୍ମଦ ଖାଁ, ମହମ୍ମଦ ରାହିଲ ଓ ମହମ୍ମଦ ସୁଫିଆନଙ୍କୁ କୋର୍ଟ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..