Report Card Odisha

| Daily Odia News

ବିସ୍ଫୋରକ ଲୁଟ୍‍ ତଦନ୍ତ ପାଇଁ ଏସ୍‍ଆଇଟି ଗଠନ…..

ରିପୋର୍ଟ କାର୍ଡ / ରାଉରକେଲା

ବିସ୍ଫୋରକ ଲୁଟ୍‍ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହେବ । ଏନେଇ ରାଉରକେଲା ଏସପି ନିତେଶ ୱାଧୱାନି ସୂଚନା ଦେଇଛନ୍ତି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯିବା ବେଳେ ସେଥିରେ ୪ଜଣ ସଦସ୍ୟ ରହିବେ ବୋଲି ସୂଚନା ମିଳିଛି । ଝାଡଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ମାନେ ୪ଟନର ବିସ୍ଫୋରକ ଲୁଟ୍‍ ଘଟଣାରେ ଏଯାବତ ଟେର ପାଉନି ପୋଲିସ । ବିପୁଳ ବିସ୍ଫୋରକ ଜବତ ପାଇଁ କମ୍ବିଂ ଅପରେସନ ଜୋରଦାର ଚାଲିଛି । ଏନଆଇଏ ଟିମ୍‍ ମଧ୍ୟ ତନାଘନା କରୁଛନ୍ତି । ହେଲେ ଲୁଟର ୪ଦିନ ପରେ ବି କିଛି ସୁରାକ ମିଳିନାହିଁ । ମାଓବାଦୀ ମାନେ ପୋଲିସ ଆଖିରେ ଧୂଳି ଦେଇ ଏତେ ପରିମାଣରେ ବିସ୍ଫୋରକ ଲୁଟି ନେଇଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ବିସ୍ଫୋରକ ଠାବ ପାଇଁ ସୁରକ୍ଷା କର୍ମୀ, ପୋଲିସ ତିନି ରାଜ୍ୟ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ପୋଲିସ ଜଙ୍ଗଲରେ ଛାନଭିନ କରୁଛନ୍ତି ।

Breaking News