ରିପୋର୍ଟ କାର୍ଡ / ଗୁଆହାଟୀ
ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷାଜନିତ ଅଚାନକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚତ୍ଥିବାବେଳେ ସ୍ଥିତି ସଙ୍ଗିନ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳପ୍ରଦେଶରେ ୯ ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ମେଘାଳୟରେ ୬, ମିଜୋରାମରେ ୫, ନାଗାଲାଣ୍ଡ ଓ ତ୍ରିପୁରାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଅରୁଣାଚଳପ୍ରଦେଶର ଇଷ୍ଟ କାମେଙ୍ଗ ଜିଲାରେ ଭୂସ୍ଖଳନ ଯୋଗୁ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଲୋୟର ସୁବନସିରି ଜିଲାରେ ଭୂସ୍ଖଳନରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ଆସାମରେ ଲଗାଣ ବର୍ଷା ଜାରି ରହିଥିବାରୁ ସଡ଼କ ପରିବହନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୫ ଜିଲାର ୭୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ଓ ବାରାକ ସମେତ ୧୦ଟି ବଡ଼ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଗମ୍ଭୀର ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରାଇଛି। ଭୂସ୍ଖଳନଜନିତ ରାସ୍ତା ଅବରୋଧ ଯୋଗୁ ଉତ୍ତର ସିକିମ୍ରେ ପ୍ରାୟ ୧,୫୦୦ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଆସାମ, ଅରୁଣାଚଳପ୍ରଦେଶ ଓ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସମେତ ମଣିପୁର ରାଜ୍ୟପାଳଙ୍କ ସହ କଥା ହୋଇ ବର୍ଷାବିତ୍ପାତ ସ୍ଥିତିର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..