ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଆରଡ଼ି ଶୈବପୀଠ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହିମାଂଶୁ ମାଝି। ତାଙ୍କ ଘର ଧାମନଗର ଥାନା ଅନ୍ତର୍ଗତ ପାଟୁଲିରେ ବୋଲି ଜଣାଯାଇଛି। ଆଜି ସକାଳେ ହିମାଂଶୁ ଓ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଜଳଲାଗି ପାଇଁ ଆରଡ଼ି ଅଭିମୁଖେ ଯାଉଥିଲେ। ବେତାଳି ଗାଁ ନିକଟ ବୈତରଣୀ ନଦୀ ଘାଟରୁ ପାଣି ଉଠାଇ ଯାଉଥବା ବେଳେ ଆରଡ଼ି ବସଷ୍ଟାଣ୍ଡ ନିକଟରେ ହିମାଂଶୁଙ୍କୁ ସାପ କାମୁଡି ଦେଇଥିଲା | ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..