ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଣେ ମହିଳାଙ୍କ କାନରେ ପଶିଛି ସାପ | ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ | ସାପ ସାଧାରଣତଃ ଗାତ ଭିତରେ ପଶିବାର ଦେଖିଥିବେ ଆଉ ଶୁଣିଥିବେ | କିନ୍ତୁ କାନ ଭିତରେ ପଶିବା କଥା କେବେ ଦେଖିନଥିବେ କି ଶୁଣିନଥିବେ | ହେଲେ ଏଭଳି କିଛି ଭିଡିଓ ସାମାଜିଜ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି | ଭିଡିଓରେ ଗୋଟିଏ ସାପ ଜଣେ ମହିଳାଙ୍କ କାନ ଭିତରେ ପଶିଥିବା ଦେଖିବାକୁ ମିଳିଛି | ଡାକ୍ତର ସାପଟିକୁ କାନ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି | ହେଲେ ଭିଡିଓଟି କେଉଁଠାର ,ସେହି ଭିଡିଓରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନହିଁ | କିନ୍ତୁ ଭିଡ଼ିଓଟି ସୋସିଆଲ ମେଡିଆରେ ବେଶ ଭାଇରଲ ହେଉଛି |






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..