ରିପୋର୍ଟ କାର୍ଡ / ଦେବଗଡ଼
ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ପୋଲିସ ଦେଢ଼କୋଟି ଟଙ୍କାର ସାପ ବିଷ ଜବତ କରିବା ସହିତ ୨ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବେପାରୀ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି। ଶୁକ୍ରବାର ତାରଙ୍ଗ ଗ୍ରାମଠାରେ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲା । ମାତ୍ର ସେଠାରୁ ଦୁଇବେପାରୀ ସିନ୍ଦୁରପଙ୍କ ଆଡକୁ ଯାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଗିରଫ ନ କରି ସେମାନଙ୍କୁ ପୋଲିସ ପିଛା କରିଥିଲା। ପରିଶେଷରେ ସିନ୍ଦୁରପଙ୍କଠାରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ରିଆମାଳ ପୋଲିସ କେଶ ନଂ- ୨୫୩ରେ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ତେବେ ଦୁଇ ବିଷ ବେପାରୀ ଦେବଗଡ଼ ଜିଲ୍ଲାରେ ବିକ୍ରି ପାଇଁ ଆସିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….