ରିପୋର୍ଟ କାର୍ଡ / ଦେବଗଡ଼
ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ପୋଲିସ ଦେଢ଼କୋଟି ଟଙ୍କାର ସାପ ବିଷ ଜବତ କରିବା ସହିତ ୨ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବେପାରୀ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି। ଶୁକ୍ରବାର ତାରଙ୍ଗ ଗ୍ରାମଠାରେ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲା । ମାତ୍ର ସେଠାରୁ ଦୁଇବେପାରୀ ସିନ୍ଦୁରପଙ୍କ ଆଡକୁ ଯାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଗିରଫ ନ କରି ସେମାନଙ୍କୁ ପୋଲିସ ପିଛା କରିଥିଲା। ପରିଶେଷରେ ସିନ୍ଦୁରପଙ୍କଠାରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ରିଆମାଳ ପୋଲିସ କେଶ ନଂ- ୨୫୩ରେ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ତେବେ ଦୁଇ ବିଷ ବେପାରୀ ଦେବଗଡ଼ ଜିଲ୍ଲାରେ ବିକ୍ରି ପାଇଁ ଆସିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……