ରିପୋର୍ଟ କାର୍ଡ / ବାଲିଅନ୍ତା/ପୀତବାସ ଦାଶ
ମାଆ ପାଇଁ ଗଛଟିଏ ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଅଛି। ପରିବେଶ ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ସଚେତନତା ଭଳି ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରୁଥିବାରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବ ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବିରାଜ ହରିଚନ୍ଦନ ,ସମ୍ମାନିତ ଅତିଥି ଭାବେ ବେଗୁନିଆ ର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ଜୟଦେବ ର ବିଧାୟକ, ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନସିଂହ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ଖୋର୍ଦ୍ଧା ପୋଲିସ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ବନ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ରଞ୍ଜନ ଙ୍କୁ ମାନପତ୍ର ,ପୁଷ୍ପଗୁଚ୍ଛ ଓ ପ୍ରୋତ୍ସାହନ ରାଶି ସହିତ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ରଞ୍ଜନ ନିଜ ଗ୍ରାମରେ ଯଶୁଆପୁର ବିକାଶ ପରିଷଦ ଦ୍ବାରା ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଅସାହାୟ ମାନଙ୍କ ପାଇଁ ସାହାରା ସାଜିବା, ପକ୍ଷୀଙ୍କ ପାଇଁ ପିଇବା ପାଣି ଯୋଗାଇବା, ଜଳ ସଂରକ୍ଷଣ,ନୂତନ ଜଙ୍ଗଲ ସୃଷ୍ଟି, ପ୍ଲାଷ୍ଟିକକୁ ବର୍ଜନ କରିବା ସମ୍ପର୍କରେ ସଚତନତା ଇତ୍ୟାଦି କରି ଆସୁଛନ୍ତି। ତା ସହିତ ନିଜ ଗ୍ରାମକୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ସଦାସର୍ବଦା ପ୍ରୟାସ ଜାରୀ ରଖିଛନ୍ତି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..