Report Card Odisha

| Daily Odia News

ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବିଶ୍ୱରେ ପ୍ରଥମେ ସାମାଜିକ ଗଣମାଧ୍ୟମ ନିଷେଧ କରିଛି ଅଷ୍ଟ୍ରେଲିଆ । ଏହି ନିଷେଧ ନିୟମ କାର୍ଯ୍ୟକାରୀ ହେଲେ ୧୬ ବର୍ଷରୁ କମ୍ ବୟସର ଅଷ୍ଟ୍ରେଲୀୟ ପିଲା ମାନଙ୍କ ଦ୍ୱାରା ରଖାଯାଇଥିବା ଦଶ ଲକ୍ଷରୁ ଅଧିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକ ନିଷ୍କ୍ରିୟ ହୋଇଯିବ ବୋଲି କୁହାଯାଉଛି । ଆଗାମୀ ଡିସେମ୍ବର ୧୦ ତାରିଖରୁ ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହେବ । ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍, ସ୍ନାପଚଟ୍ ଏବଂ ୟୁଟ୍ୟୁବ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମ ଉଲଂଘନ କଲେ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର (୩୨ ନିୟୁତ ଡଲାର) ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନା ମିଳିଛି । ବିଶ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଛି । ସାମାଜିକ ଗଣମାଧ୍ୟମ ପିଲାମାନଙ୍କ ପାଇଁ ବିପଦ ଏବଂ କ୍ଷତିକାରକ ପରିଲକ୍ଷିତ କରି ଏପରି ନିଷ୍ପତ୍ତି ନେଇଛି ଅଟରେଲିଆ । ଏହା ସହ ଛୋଟପିଲାଙ୍କୁ ଯେଉଁ ବିଷୟବସ୍ତୁକୁ ପ୍ରଭାବ କରୁଛି ସେସବୁକୁ ହ୍ରାସ କରିବା ପାଇଁ ଏକ ଆଇନ ପ୍ରଚଳନ କରିଛି । ଅଷ୍ଟ୍ରେଲିଆ ଦାବି କରିଛି ଯେ , ଯେଉଁ ଛୋଟ ପିଲାମାନେ ପୂର୍ବରୁ ଦୁର୍ବଳ ଅଛନ୍ତି ସେମାନଙ୍କୁ ଲାଇକ୍ ଫାଶରେ ଟାଣି ଆଣି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଛି ସାମାଜିକ ଗଣମାଧ୍ୟମ

Breaking News