Report Card Odisha

| Daily Odia News

ବନ୍ଦ ହେବ ଫେସବୁକ୍- ଇନଷ୍ଟାର ଅନେକ ସେବା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫେସବୁକ୍ ଓ ଇନଷ୍ଟାଗ୍ରାମର ସେବା କୁ ନେଇ ଆସିଛି ବଡ ଖବର | ଖୁବଶୀଘ୍ର ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମର କିଛି ସେବା | ଆଗ ଭଳି ଲାଭ ହେଉନଥିବାରୁ କିଛି ସେବାକୁ ମେଟା ବନ୍ଦ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, କମ୍ପାନୀ କହିଛି ଯେ, ମେଟା ନିଜ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସ୍ଥିତ ସର୍ଭରକୁ ଟ୍ରାନ୍ସଫର ଓ ପ୍ରୋସେସିଂ ପାଇଁ ଚାହୁଁଛି । ଯଦି ଏପରି ନହୁଏ ତେବେ ୟୁରୋପରେ ଫେସବୁକ ଓ ଇନଷ୍ଟାଗ୍ରାମର ଅନେକ ସେବା ବନ୍ଦ ହୋଇଯିବ । ଏପରିକି ଏହି ଦୁଇ ସୋସିଆଲ ନେଟଓ୍ୱାର୍କ ବି ବନ୍ଦ ହୋଇପାରେ । ୟୁରୋପରେ ଏବେ ଡାଟା ଟ୍ରାନ୍ସଫରକୁ ନେଇ ବଡ ପଦକ୍ଷେପ ନିଆଯାଇଛି । ଏବେସୁଦ୍ଧା କମ୍ପାନୀକୁ ପ୍ରାଇଭେସି ସିଲ୍ଡ ମଡେଲ ପାଇଁ ଡାଟା ଟ୍ରାନ୍ସଫର ଅପସନ୍ ମିଳୁଥିଲା । ମେଟା ଏହା ସାହାଯ୍ୟରେ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକୀୟ ସର୍ଭରରେ ଷ୍ଟୋର୍ କରୁଥିଲା । କିନ୍ତୁ ଏହି ଆଇନକୁ ଏବେ ରବ୍ଦ କରି ଦିଆଯାଇଛି । ଯଦି କୌଣସି ନୂଆ ଫ୍ରେମଓ୍ୱାର୍କ ନମିଳେ ତେବେ କମ୍ପାନୀ ଫେସବୁକ ଓ ଇନଷ୍ଟାଗ୍ରାମ୍ ଭଳି ସେବା ଦେଇପାରିବ ନାହିଁ । ପ୍ରଥମେ ୟୁରୋପୀୟ ୟୁଜର୍ସଙ୍କ ଡାଟାକୁ ଆମେରିକୀୟ ସର୍ଭରକୁ ଟ୍ରାନ୍ସଫର ପାଇଁ କମ୍ପାନୀ ପ୍ରାଇଭେସୀ ସିଲ୍ଡ ବ୍ୟବହାର କରୁଥିଲା ।ତେବେ ୨୦୨୦ ଜୁଲାଇରେ ୟୁରୋପୀୟ କୋର୍ଟ ଏହାକୁ ରବ୍ଦ କରିଦେଇଥିଲେ । ପ୍ରାଇଭେସୀ ସିଲ୍ଡ ବ୍ୟତୀତ ମେଟା ଡ୍ରାଟା ଟ୍ରାନ୍ସଫର ପାଇଁ ଷ୍ଟାଣ୍ଡାର୍ଡ କଣ୍ଟ୍ରାକଚ୍ୟୁଆଲ୍ କ୍ଲଜେସକୁ ମଧ୍ୟ ବ୍ୟବାହର କରୁଥିଲା ।

Breaking News