ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ଶ’ଙ୍କୁ ପ୍ରାୟ ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ। ଭୁଲ୍ବଶତଃ ସୀମା ପାର୍ କରିଥିବାରୁ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅଟାରୀ ସୀମାରେ ପାକ୍ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ ଯବାନ ପୂର୍ଣ୍ଣମ ଶ’ଙ୍କୁ ପାକିସ୍ତାନ ବୁଧବାର ଭାରତକୁ ହସ୍ତାନ୍ତର କରିଛି। ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଥିବା ସ୍ପଷ୍ଟ କରିଛି ବିଏସଏଫ। ସୂଚନା ମୁତାବକ, ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ନିୟମିତ ଗତିବିଧି ସମୟରେ ଭୁଲ୍ବଶତଃ ସେ ଭାରତୀୟ ସୀମା ବାଡ଼ ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲେ, ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..