ରିପୋର୍ଟ କାର୍ଡ / ମୟୁରଭଞ୍ଜ
ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଇଲାକାର ନାଉପଦ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ସେକ ସାଗିର ପେଟ୍ରୋଲ ଢ଼ାଳି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇଥିବା ଶାଶୁ ଓ ଶ୍ୱଶୁର ହେଲେ ନାଉପଦା ଗାଁର ଶୁହାନା ଦିଦି ଓ ଶେକ ହାରୁନ ଅଲ୍ଲୀ।ପାରିବାରିକ ଗଣ୍ଡଗୋଳ ଯୋଗୁଁଁ ସ୍ତ୍ରୀ ବାପ ଘରେ ଥିବା ବେଳେ ସ୍ତ୍ରୀକୁ ନେବାପାଇଁ ବିଭିନ୍ନ ସମୟରେ ଜ୍ୱାଇଁ ଧମକ ଚମକ ଦେଉଥିଲା। ବାପ ଘର ଲୋକ ଜ୍ୱାଇଁଙ୍କୁ ଡରି ସ୍ବାମୀ ସହ ଛାଡ଼ୁ ନ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲ ଧରି ଶାଶୁ ଏବଂ ଶ୍ୱଶୁରଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଖସି ପଳାଇଥିଲା। ଚିତ୍କାର ଶୁଣି ପାଖ ପଡୋଶୀ ସେମାନଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଶୁଳିଆପଦା ପୋଲିସ ଗୁରୁତର ଅବସ୍ଥାରେ ଶାଶୁ ଓ ଶ୍ୱଶୁରଙ୍କୁ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ଉଭୟ ଗୁରୁତର ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜ୍ୱାଇଁ ସେକ ସାଗିର ଏବେ ଫେରାର ଥିବା ବେଳେ ପୂର୍ବରୁ ମଧ୍ୟ ତା ନାଁରେ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି।






More Stories
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….