ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ କେବେ ହେଉଛି କିଏ ହେଉଛନ୍ତି ତାଙ୍କର ଜୀବନସାଥି ଏସବୁ ଜାଣିବାକୁ ତାଙ୍କ ପ୍ରଶଂସକଙ୍କ ମନରେ ବେଶ ଉତ୍ସାହ। ନିକଟରେ ଏକ ବାର୍ତ୍ତାଳାପ ସମୟରେ ସୋନାକ୍ଷି ତାଙ୍କ ବିବାହକୁ ନେଇ ଏକ କଡା ଉତ୍ତର ଦେଇଛନ୍ତି । ଅନ ଲାଇନରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ସମୟରେ ଜଣେ ୟୁଜର୍ସ ପ୍ରଶ୍ନ କରିଥିଲେ ଆପଣ କେବେ ବିବାହ କରୁଛନ୍ତି । ହେଲେ ଏହାର ଉତ୍ତରରେ ସୋନାକ୍ଷି କହିଥିଲେ ସମସ୍ତଙ୍କୁ କୋଭିଡ ହେଉଛି ତାମାନେ କ’ଣ ମୋତେ ବି କୋଭିଡ ହେବ । ବଦଙ୍ଗ ଗର୍ଲଙ୍କ ଏଭଳି ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସୂଚନାଯୋଗ୍ୟ, ସୋନାକ୍ଷି ଶେଷ ଥର ପାଇଁ ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ଦେଖାଦେଇଥିଲେ । ଫିଲ୍ମରେ ସଞ୍ଜୟ ଦତ୍ତ ଓ ନୋରା ଫତେହି ବି ଥିଲେ । ଏବେ ସୋନାକ୍ଷି ତାଙ୍କ ୱେବ ସିରିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….