Report Card Odisha

| Daily Odia News

ବିଜେପି ଛାଡ଼ିଲେ ସୋନାଲି ସାହୁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେପିରୁ ଇସ୍ତଫା ଦେଇଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍‌ଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନା ଅସୁନାରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି| ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ଶ୍ରୀମତି ସାହୁ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।

Breaking News