Report Card Odisha

| Daily Odia News

ଅପରାଜିତାଙ୍କୁ ଅଣ ଓଡ଼ିଆ କହି ଟାର୍ଗେଟ କଲେ ସୋନାଲି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ବିଜେପିରେ କିଛି ତାଳ ମେଳ ନଥିବା ଦେଖିବାକୁ ମିଳୁଛି । ପୁରୀ ଐତିହ୍ୟ ପ୍ରକଲ୍ପକୁ ନେଇ ଦଳର ମୁତ୍ୟତଃ ଦୁଇ କ୍ୟାମ୍ପ ମଧ୍ୟରେ ଛକାପଞ୍ଜା ଚାଲିଛି । ସାଧାରଣ ନିର୍ବାଚନ ବେଳେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ସୋନାଲି ସାହୁ ନିଜ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅପରାଜିତାଙ୍କ ନାଁ ନନେଇ ଅଣ ଓଡ଼ିଆ ବୋଲି କହିଛନ୍ତି। ସେ ଲେଖିଛନ୍ତି, ଓଡ଼ିଶାବାସୀ ବିଲକୁଲ ବି ଭ୍ରମରେ ରୁହନ୍ତୁ ନାହିଁ। ବିଜେପି ଓ ଏ ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ଆପଣଙ୍କ ସହିତ ଅଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ। କିଛି କୁଚକ୍ରି ଏହାର ବିରୁଦ୍ଧରେ ଯିବାକୁ ଚେଷ୍ଟା କରୁଛନ୍ତି। ମହାପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ଏ କଥା ଆମକୁ କେହି ଅଣ ଓଡ଼ିଆ ବୁଝେଇବା ଆଦୌ ଗ୍ରହଣୀୟ ନୁହେଁ। ଜୟ ଜଗନ୍ନାଥ। ଗତକାଲି ଅପରାଜିତା ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ହେଲେ ଅପରାଜିତା ନିଜ ସମର୍ଥକଙ୍କ ସହ ପୁରୀ ଯିବା ବେଳେ ଚନ୍ଦନପୁରରେ ପ୍ରଶାସନ ତାଙ୍କୁ ଅଟକାଇଥିଲା। ଅପରାଜିତା ଏକା ଯାଇପାରିବେ ହେଲେ ସମର୍ଥକଙ୍କୁ ନେଇ ଯାଇପାରିବେନି ବୋଲି ପୁରୀ ପୁଲିସ କହିଥିଲା। ଅପରାଜିତା କିନ୍ତୁ ଯିବେ ବୋଲି ଜିଦରେ ଅଟଳ ରହିଥିଲେ। ପରେ କାର ଛାଡି ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଥିଲେ। ଶେଷରେ ପ୍ରଶାସନ ବାଧ୍ୟ ହୋଇ ପଛକୁ ହାଟିଥିଲା ଏବଂ ଅପରାଜିତଙ୍କ କାରକୁ ଆଗକୁ ବଢିବାକୁ ସୁଯୋଗ ଦେଇଥିଲା।

 

Breaking News