Report Card Odisha

| Daily Odia News

୨୩ ରେ ଇଡିରେ ହାଜର ହେବେ ସୋନିଆ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣରୁ ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହା ପରେ ସେ ଅର୍ଥ ହେର୍‌ଫେର୍‌ ମାମଲାରେ ଇଡି ପାଖରେ ହାଜର ହେବେ। ସୋନିଆଙ୍କୁ ଇଡି ସମନ କରିଥିଲେ ବି କୋଭିଡ ସଂକ୍ରମିତ ଯୋଗୁ ହାଜର ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଇଛି। ଜୁନ ୨୩ ତାରିଖରେ ସୋନିଆ ଇଡି ପାଖରେ ହାଜର ହେବେ ବୋଲି ଇଡି ସମନ କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ଜୁନ ୧୩ ତାରିଖରେ ଇଡି ସମ୍ମୁଖରେ ହାଜର ହେବେ। ଏପଟେ ଭାରତ ସରକାରଙ୍କର କଂଗ୍ରେସ ପ୍ରତି ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି କଂଗ୍ରେସ। ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ଦିନ ଦଳ ଏପିଜେ ଅବଦୁଲ କାଲାମ ରୋଡ୍‌ରେ ଥିବା ଇଡି ଅଫିସ ସମ୍ମୁଖରେ ଶୋଭାଯାତ୍ରା କରିବ। ସୂଚନା ଥାଉକି ଆସୋସିଏଟ୍ ଜର୍ନାଲ୍ସ ଲିମିଟେଡ୍(AJL) ଦ୍ୱାରା ପ୍ରକାଶିତ ନ୍ୟାସ୍‌ନାଲ ହେରାଲ୍ଡ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ମାଲିକାନାରେ ରହିଛି। କମ୍ପାନୀ ବିରୋଧରେ ଜମି ଅଧିଗ୍ରହରଣରେ ଚିଟିଂ, ଷଡ଼ଯନ୍ତ୍ର ଅପରାଧିକ ମାମଲା କରିଥିବା ଅଭିଯୋଗ ହୋଇଛି।

Breaking News