ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ସୁରକ୍ଷାରେ ତ୍ରୁଟିକୁ ନେଇ ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ ସହ ନାରାବାଜୀ ଦେଉଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ମୁଲତବୀ ରଖାଯାଇଥିଲା। ସେପଟେ ନିଲମ୍ବିତ ହୋଇଥିବା ସାଂସଦମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଆନ୍ଦୋଳନରତ ସାଂସଦମାନଙ୍କୁ ଭେଟିଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ହିବି ଇଡେନ କହିଛନ୍ତି, “ବିଜେପି ସରକାର ପାଇଁ ନିଲମ୍ବନ ଏବଂ ବହିଷ୍କାର କିଛି ନୂଆ ନୁହେଁ। ଗତ ସପ୍ତାହରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଭଙ୍ଗ ମାମଲାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।” ଶାନ୍ତି ଶୃଙ୍ଖଳା ଭଙ୍ଗ କାରଣରୁ ଗତକାଲି ଲୋକସଭାର ୧୪ ଜଣ ସାଂସଦ ଏବଂ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବିତ ହୋଇଥିଲେ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……