Report Card Odisha

| Daily Odia News

ସୋନିଆ ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ କୁ ଭେଟିଛନ୍ତି | ଆଜି ବଜେଟ ଅଧିବେଶନ ଶେଷ ହେବା ସହିତ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବଜେଟ ଅଧିବେଶନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ୍‌ କନଫରେନ୍ସ ନେତା ମୁଖ୍ୟ ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲୋକ ସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି। ଏହା ବ୍ୟତୀତ ସେ ଆର ବାଲୁ ଏବଂ ଅଧୀର ରଂଜନ ଚୌଧୁରୀଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସଂସଦର ବଜେଟ ଅଧିବେଶନ ଶେଷ ହୋଇଛି। ଏହା ସହ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକ ସଭା ବାଚସ୍ପତି ଓମ ର୍ବିଲା କହିଛନ୍ତି, ଏହି ଅଧିବେଶନରେ ସମସ୍ତ ସଦସ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ। ସମୁଦାୟ ୧୩ଟି ବିଲ ପାରିତ ହୋଇଛି, ପାଞ୍ଚଟି ବିଷୟ ଉପରେ ଅନୁଦାନ ଦାବି ଉପରେ ଆଲୋଚନା କରାଯାଇଛି। ବଜେଟ ଉପରେ ମଧ୍ୟ ଆଲୋଚନା କରାଯାଇଛି।

Breaking News