ରିପୋର୍ଟ କାର୍ଡ / ଭୁବନେଶ୍ବର
ଚଳିତ ମାସ ୨୮ ତାରିଖ ଠାରୁ ଭୁବନେଶ୍ବର ଖଣ୍ଡଗିରି ମେଳାର ଆୟୋଜନ ହେବ। ଏଥି ପାଇଁ ଭୁବନେଶ୍ବର ମହାନଗର ନିଗମ ଏସ୍ଓପି ଜାରି କରିଛି। ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଏସଓପି ଜାରି କରାଯାଇଛି। ତେବେ କୋଭିଡକୁ ଆଖି ଆଗରେ ରଖି ସମସ୍ତେ ଏହି ଏସଓପି ପାଳନ କରିବାକୁ ବିଏମସି ତରଫରୁ କୁହାଯାଇଛି । ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ। ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ । ସେହିପରି ଆୟୋଜକ କମିଟି ନାଟକର ଶବ୍ଦ ଉପରେ ମଧ୍ୟ ନଜର ରଖିବ । ପ୍ରଚାର ବେଳେ କୌଣସି ବି ଯାତ୍ରାର ସଦସ୍ୟ ଉଚ୍ଚ ଶବ୍ଦରେ ପ୍ରଚାର କରିବେ ନାହିଁ । ଯାତ୍ରାରେ ଆୟୋଜକ କମିଟି ପକ୍ଷରୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ କୁହାଯାଇଛି । ସେହିପରି ଲାଇନ୍ କଟିଲେ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଗତବର୍ଷ କୋଭିଡ୍ କଟକଣା ଭିତରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହୋଇଥିଲା । ଏଥର କୋଭିଡ୍ ସଂକ୍ରମଣ ଯଥେଷ୍ଟ କମିଥିବାରୁ, ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ଭୁବନେଶ୍ୱର ମହାନଗର ନିଗମ ନିର୍ଦ୍ଦେଶ ଦେଇଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..