ରିପୋର୍ଟ କାର୍ଡ / ସୋର
ବାପାମାଆଙ୍କୁ ହାଣିଦେଇଛି ଝିଅ | ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ହାଣିଦେଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ । ଗୁରୁତର ବାପା ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଖାଇବା ସମୟରେ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମାଆ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାପା ଏନେଇ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ବାପାମା’ଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ରଂଜିତ ଓ ବୁଦୁନିଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ଝିଅ କୁନି ଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ପୋଲିସ ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..