ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେଇଛି | ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଲେଖାରେ ସେ ୫-ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ଏନେଇ ବିଭିନ୍ନ ପ୍ରସଙ୍ଗର ଅବତାରଣା କରିଛନ୍ତି।ଏହାକୁନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ଦଳ ନେତା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଲାଗୁଛି ସୌମ୍ୟ ବାବୁ ଠିକ ବାଟରେ ବିଜୁ ଜନତା ଦଳକୁ ନେବାକୁ ଚାହୁଁଛନ୍ତି। ସେ ଜଣେ ବରିଷ୍ଠ ବିଧାୟକ, ବହୁ ଅଭିଜ୍ଞ ଲୋକ। ବହୁତ କିଛି ଜାଣନ୍ତି। ସରକାରୀ ଟଙ୍କା ଖର୍ଚ୍ଚ କରାଇ, ସରକାରୀ କଳକୁ ବ୍ୟବହାର କରି ସଚିବସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି। ତେଣୁ ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି ବୋଲି କହିଛନ୍ତି ଅପରାଜିତା।






More Stories
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..
ଗ୍ୟାସ୍ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ…..