Report Card Odisha

| Daily Odia News

ପ୍ରତାପ ଦେବଙ୍କୁ ଜବାବ ଦେଲେ ସୌମ୍ୟ,ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇ ୫ଟି ସଚିବଙ୍କ ବିରୋଧରେ ର୍ଷିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଦେବି। କାରଣ ମୋ’ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି। ପ୍ରତାପ ଦେବ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କ’ଣ ବେଦର ଗାର। ମୁଁ ତିନିଟି ଭୂମିକାରେ ଅଛି। ତେଣୁ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ। ଯାହା ସଂପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି। ମୁଁ ଦଳ କାହିଁକି ଛାଡ଼ିବି | ନିଲମ୍ବନ ଅଧିକାର ସେମାନଙ୍କର ଅଛି। ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି।ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ସୌମ୍ୟ କହିଛନ୍ତି, ଦଳୀୟ ଫୋରମ କେଉଁଠି | ଦଳୀୟ ଫୋରମ୍‌ କ’ଣ ତୃତୀୟ ମହଲାରେ ଅଛି କି | ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ। ଆମ ଦଳରେ କ’ଣ କେହି ନେତା ନାହାନ୍ତି |ଜଣେ ଦୁଇ ଜଣ ଆଇଏଏସ୍‌ ଅଫିସର କ’ଣ ଦଳ ସମ୍ଭାଳିବେ | ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା, ତାହାହେଲେ ଇସ୍ତଫା ଦେଇ ରାଜନୀତିକୁ ଆସନ୍ତୁ। କାହାର କିଛି ଆପତ୍ତି ନାହିଁ। ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି | ସେହି ଗୋଟିଏ ଲୋକ ସରକାର ଓ ଲୋକଙ୍କ କଥା ବୁଝୁଛି। ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି | ନେତାମାନେ କହୁନାହାନ୍ତି, ସେମାନେ ଅସହାୟ। ତାଙ୍କ ଦ୍ୱାରା ଶାଗ ସିଝିବନି। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱସ କରୁନାହାନ୍ତି। କେବଳ ଜଣିଏ ଲୋକ ଅଛି, ତା ଉପରେ ସବୁ ଅଠା ଛିଡ଼ିଛି ବୋଲି ସୌମ୍ୟ କହିଛନ୍ତି।

Breaking News