ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଉପରେ ଆକ୍ସନ ନେଇଛି ବିଜେଡି | ଆଜି ସୌମ୍ୟ ଙ୍କୁ ଉପ ସଭାପତି ପଦରୁ ହଟାଇ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ | କେଉଁ କାରଣ ପାଇଁ ସୌମ୍ୟାଙ୍କୁ ଉପସଭାପତି ପଦରୁ ବହିଷ୍କୃତ କରାଯାଇଛି ତାହା ଉଲ୍ଲେଖ ହୋଇନାହିଁ | କିନ୍ତୁ ପ୍ରାୟ ସମସ୍ତେ ଜାଣିଥିବେ ସୌମ୍ୟ ନିଜର ଖବର କାଗଜରେ ଆଲେଖ୍ୟ ଲେଖି ସିଧା ସଳଖ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ଏହା ସହିତ ଗଣମାଧ୍ୟମରେ ଦଳର ସଭାପତି ନବୀନଙ୍କ ନିସ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ଗତ କିଛି ଦିନ ତଳେ ବିଜେଡିର ନେତା ସୌମ୍ୟଙ୍କୁ ଟାର୍ଗେଟ କରିଥିଲେ | ବର୍ତ୍ତମାନ ସୌମ୍ୟ ଙ୍କ ବହିଷ୍କୃତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଜେଡିର ଏହି ଆକ୍ସନ ପରେ ସୌମ୍ୟଙ୍କର ଆଭିମୁଖ୍ୟ କଣ ରହୁଛି ତାହା ଉପରେ ନଜର |







More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..