ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ରୁଷ-ୟୁକ୍ରେନ ମଧ୍ୟରେ ଯୋଦ୍ଧ ଜାରିରହିଛି | ସାରା ବିଶ୍ୱର ନଜର ରହିଛି ଏହି ଯୋଦ୍ଧ ଉପରେ | ଭୟବିତ୍ତ ଅବସ୍ଥାରେ ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ | ସେମାଙ୍କ ଭିତରେ ରହିଛନ୍ତି ଡାକ୍ତରୀ ପାଠପଢିବାକୁ ଯାଇଥିବା ଓଡ଼ିଶାର କେତକ ଛାତ୍ରଛାତ୍ରୀ | ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ କରାଯାଇଛି । ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ । ରେସିଡେଣ୍ଟ୍ କମିଶନର ରବିକାନ୍ତ ସ୍ୱତନ୍ତ୍ର ସେଲ୍ ର ନୋଡାଲ୍ ଅଫିସର୍ ରହିଛନ୍ତି । ଯୋଗାଯୋଗ ପାଇଁ ହ୍ୱାଟସଆପ୍, ଲ୍ୟାଣ୍ଡଲାଇନ୍ ଓ ଇ-ମେଲ୍ ଜାରି କରାଯାଇଛି । ମୋବାଇଲ୍/ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି । ନମ୍ବର ଟି ହେଉଛି ୮୫୨୭୫୮୦୨୪୫ , ଲ୍ୟାଣ୍ଡ୍ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧ । ଇମେଲ୍ ଆଇଡି ହେଉଛି- re.odisha@gmail.com/ resem-or@aic.in ।






More Stories
ଅଧିକ ପାର୍କିଂ ବଢାଇବ ବିଏମସି….
ଯୁବକଙ୍କ ମୃତଦେହ ଉଦ୍ଧାର…..
ବଡ଼ ଧରଣର ଏନ୍କାଉଣ୍ଟର……