Report Card Odisha

| Daily Odia News

୫୦ ହଜାର ଏସଏଚଜି ସହାୟକ କର୍ମଚାରୀଙ୍କୁ ଭେଟି ଦେଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡି ପ୍ୟାକେଜ୍ ଘୋଷଣା କରିବାରେ ଲାଗିଛନ୍ତି। ସରକାରୀ ପାଣ୍ଠିରେ ବିଭିନ୍ନ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରି ବିଜେଡି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ପୂର୍ବରୁ ୩୧ ଲକ୍ଷ ଲୋକଙ୍କୁ ଘର ମରାମତି ସହାୟତା, ଏସଏଚଜିଙ୍କୁ ପ୍ୟାକେଜ, ଶିକ୍ଷକଙ୍କ ଦରମା ବୃଦ୍ଧି ଭଳି ନିଷ୍ପତ୍ତି ନେଇସାରିଥିବାବେଳେ ଆଜି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ନିମନ୍ତେ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ସହ ପଞ୍ଚାୟତସ୍ତରରେ କାର୍ଯ୍ୟରତ ୫୦ହଜାର ଏସଏଚଜି ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ୫୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ସହ ପୋଷାକ ଭତ୍ତା, ଗସ୍ତ ଖର୍ଚ୍ଚ ଓ ସ୍ମାର୍ଟଫୋନ୍ କିଣିବା ପାଇଁ ସରକାର ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘଗୁଡ଼ିକର ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ଏହା କାର୍ଯ୍ୟ କରୁଛି। ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ଼ କରିବାରେ ପଞ୍ଚାୟତ ମହାସଂଘସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ହଜାର ସହାୟକ କର୍ମଚାରୀମାନେ ଯଥା- ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ସିଆରପି ଆଦିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସରକାର ଏହି କର୍ମଚାରୀମାନଙ୍କୁ ବାର୍ଷିକ ୧ ହଜାର ଟଙ୍କାର ପୋଷାକ ଭତ୍ତା ମିଳିବ। ସେମାନଙ୍କୁ ନିଜ ପସନ୍ଦର ସ୍ମାର୍ଟଫୋନ୍ କିଣିବା ପାଇଁ ଏକକାଳୀନ ୫ ହଜାର ଟଙ୍କା ସହାୟତା ଦିଆଯିବ। ସମସ୍ତଙ୍କୁ ପାରିଶ୍ରମିକ ଭାବେ ମାସିକ ୩ ହଜାର ଟଙ୍କା, ଗସ୍ତ ଖର୍ଚ୍ଚ ବାବଦରେ ୩୫୦ଟଙ୍କା, ଟେଲିଫୋନ୍ ଭତ୍ତା ବାବଦରେ ମାସିକ ୧୫୦ଟଙ୍କା ପ୍ରଦାନ କରାଯିବ। ଏହାସହିତ ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Breaking News