Report Card Odisha

| Daily Odia News

ଚାଳକଙ୍କ ଗାଡ଼ିରୁ ଚାବି କାଢ଼ିପାରିବେ ନାହିଁ ପୋଲିସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାତିରେ ଚାଳକଙ୍କ ଦେହରେ ହାତ ଦେଇ ପାରିବେନି ପୋଲିସ | ଦିନକର ଏକରୁ ଅଧିକଥର କାଟିପାରିବେନି ଚାଲାଣ | ଅନେକ ସମୟରେ ପୋଲିସ କର୍ମୀ ଚେକିଂ ପାଇଁ ବହୁ ପ୍ରକାର ଚେଷ୍ଟା କରିଥାନ୍ତି | ହାତ ଧରିବା ସହିତ ଚଳନ୍ତା ଗାଡିର ଚାବିଛାଡ଼ିବାକୁ ପ୍ରୟାସ କରିଥାନ୍ତି | ଏଭଳି କରିବା ଦ୍ୱାରା ଚାଳକଙ୍କ ଜୀବନ ପ୍ରତି ବିପଦ ଥାଏ | ଏକକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ | ଚାଳକ ନିୟମ ଭାଙ୍ଗିଲେ ବି ଗାଡ଼ିରୁ ଚାବି କାଢ଼ିପାରିବେନି ପୋଲିସ | ଟ୍ରାଫିକ ପୋଲିସକୁ ଏତିକି ଅଧିକାର ଦିଆଯାଇଛି କି ସେ ଇସାରା କରି ରୋକିପାରିବେ | ଚାଳକଙ୍କ ସହିତ କୌଣସି ପ୍ରକାର ଜୋର ଜବରଦସ୍ତି କରିପାରିବେ ନାହିଁ | ସାମ୍ନାରୁ ଆସୁଥିବା ଗାଡିକୁ ରୋକିବା ପାଇଁ ଚଳନ୍ତା ଗାଡ଼ିରୁ ଚାଳକଙ୍କ ହାତ ଟାଣିପାରିବେନି ପୋଲିସ | ସେହିପରି ୪ ଚକିଆ ଗାଡି ସାମ୍ନାରେ ଅଚାନକ ବାରିକେଟ ଲଗାଇ ପାରିବେନି ପୋଲିସ | ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ପୋଲିସ  ଅଟକାଇ ପାରେ କିନ୍ତୁ କୌଣସି ପରିସ୍ଥିତିରେ ଗାଡିର ଚାବି ନେଇ ପାରିବେ ନାହିଁ | ଏହା ଛଡା ରାତିରେ ଟ୍ରାଫିକ ପୋଲିସ ବିନା ପୋଲିସ ପୋଷାକରେ ଲୋକଙ୍କୁ ରାସ୍ତାରେ ଅଟକାଇପାରିବେ ନାହିଁ କି ଚାଲାଣ ବି କଟାଇପାରିବ ନାହିଁ | ସେହି ପରି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଗାଡିର ଗୋଟିଏ ଦିନରେ କୌଣସି କାରଣରୁ ଥରେମାତ୍ର ଚାଲାଣ କଟାଯାଇଥିଲେ ଆଉ ସାରାଦିନ ଚାଲାଣ କାଟି ପାରିବେନି କୌଣସି ଟ୍ରାଫିକ ଅଧିକାରୀ | କହି ରଖିବୁକି କେଉଁ ପରିସ୍ଥିତିରେ ଆପଣଙ୍କ ଗାଡିକୁ ଟ୍ରାଫିକ ପୋଲିସ ଉଠାଇନେଇ ପାରିବ-ଯେମିତିକି ଗାଡି କୋୖଣସି ସ୍ଥାନରେ ଅବୈଧ ଢଙ୍ଗରେ ପଡିରହିଥିଲେ | ନୋ ପାର୍କିଙ୍ଗ ଜୋନରେ ରଖାଯାଇଥିଲେ | ଏଭଳି ସ୍ଥାନରେ ଗାଡି ରଖାଯାଇଛି ଯାହାଦ୍ୱାରା ଅନ୍ୟ ଗାଡି ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବେ | ଏଭଳି ସ୍ଥିତିରେ ଟ୍ରାଫିକ ପୋଲିସ ଆପଣଙ୍କ ଗାଡିକୁ ଉଠାଇନେଇପାରେ | କନେଷ୍ଟବଳ ଆଦାୟ କରିପାରିବେନି ଜରିମାନା | ସେ କେବଳ ଯାଞ୍ଚ ପାଇଁ ଗାଡିର ନମ୍ବର ନୋଟ କରିପାରିବେ | ସେହି ପରି ହେଡ଼ କନେଷ୍ଟବଳ ୧୦୦ ଟଙ୍କାରୁ ଅଧିକ ଫାଇନ କଟାଇପାରିବେ ନାହିଁ | କିନ୍ତୁ ଟ୍ରାଫିକ ଅଫିସର ,ଏଏସଏଆଇ କିମ୍ବା ଏସଆଇଙ୍କୁ ୧୦୦ ଟଙ୍କାରୁ ଅଧିକ ଫାଇନେବାର ଅଧିକାର ଦିଆଯାଇଛି |

Breaking News