ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ସାମିଲ ହେବେ ଅନ୍ତର୍ଘାତି ନିରୋଧି ଦଳ । ସ୍ୱତନ୍ତ୍ର ତାଲିମ ନେଇ ସଶସ୍ତ୍ର ବାହିନୀ ନିଯୁକ୍ତି ହେବେ। ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବା ସମସ୍ତ କାର୍ଯ୍ୟକ୍ରମରେ ଏହି ସୁରକ୍ଷା ବାହିନୀ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଫୁଲ ମାଳଠୁ ନେଇ ସଭା ସମିତିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ସ୍କୁୱାର୍ଡ଼ ଟିମ ଯାଞ୍ଚ କରିବେ। ଏହି ୨୬ ଜଣିଆ ଏହି ଟିମରେ ରହିବେ ୨ ଜଣ ଡେପୁଟି କମାଣ୍ଡଡାଣ୍ଟ, ସହକାରୀ କମାଣ୍ଡଡାଣ୍ଟ, ଇନ୍ସପେକ୍ଟର, ୪ ଜଣ ସବ ଇନ୍ସପେକ୍ଟର, ହାବିଲଦାର, ଡ୍ରାଇଭର ସହ ୨୬ ଜଣ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼େଇ ଦିଆଯାଇଛି। ଏଥିପାଇଁ ନିଯୁକ୍ତ ହେବେ ୯୧ ପୋଲିସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି , ଉପ ବାଚସ୍ପତି, ଓ ମନ୍ତ୍ରୀ ମାନଙ୍କର ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଏଥିପାଇଁ ୭୨ ଅଧିକ ପୋଲିସ ନିୟୋଜିତ ହେବେ। ଏହି ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେବା ପାଇଁ ସିକ୍ୟୁରିଟି ଟ୍ରେନିଂ ସେଣ୍ଟର ଖୋଲାଯିବ। ଯେଉଁଥିରେ ୧୪ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ମୋଟ ୨୦୩ଟି ପଦବୀ ସୃଷ୍ଟି କରାଯାଇଛି। ମନ୍ତ୍ରୀ ନବ ଦାସ ହତ୍ୟା ପରେ ଭିଭିଆଇପି ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ପିଏସଓଙ୍କର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଓ ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଯିବା ନେଇ ଚର୍ଚ୍ଚା ହେଉଛି।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..