ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦ ସେମିଫାଇନାଲରେ ପହଞ୍ଚିବାରୁ ଅଳ୍ପକେ ବିଫଳ ହୋଇଛନ୍ତି। ମଙ୍ଗଳବାର ହିଟ୍ସ-୫ରେ ସ୍ଥାନ ପାଇଥିବା ଦୂତି ଏଥିରେ ୪ର୍ଥ ସ୍ଥାନରେ ରହି ସିଧାସଳଖ ସେମିରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଛନ୍ତି । ୨୬ ବର୍ଷ ବୟସ୍କା ଦୂତି ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ଏବଂ ମୋଟଉପରେ ୨୭ତମ ସ୍ଥାନରେ ରହିଥିଲେ । ପ୍ରତି ହିଟ୍ସରୁ ଶ୍ରେଷ୍ଠ ୩ ଜଣ ଲେଖାଏଁ ଏବଂ ଏମାନଙ୍କୁ ଛାଡ଼ି ଶ୍ରେଷ୍ଠ ୩ ଟାଇମିଂ ହାସଲ କରିଥିବା ଧାବିକାଙ୍କୁ ସେମିଫାଇନାଲର ସୁଯୋଗ ମିଳିଛି । ଏହି ହିଟ୍ସରେ ତ୍ରିନିଦାଦ୍ ଏଣ୍ଡ ଟବାଗୋର ମିସେଲ୍-ଲି ଆୟେ (୧୧.୧୪), ବାହାମାଜ୍ର ତାନିଆ ଗାଇଦର (୧୧.୧୯) ଓ ନାଇଜେରିଆର ଚିନେୟେ ଗାବ୍ରିଏଲ୍ (୧୧.୪୩ ସେକଣ୍ଡ) ପ୍ରଥମ ୩ଟି ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଥିଲେ। ୧୦୦ ମିଟରରେ ଦୂତିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୧୭ ସେକେଣ୍ଡ। ଆଗକୁ ପଦକ ଜିତିବା ଲାଗି ଦୂତିଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି। ଦୂତି ଓ ଅନ୍ୟ ଓଡ଼ିଶା ଧାବିକା ଶ୍ରାବଣୀ ନନ୍ଦଙ୍କ ସହ ଅନ୍ୟ ୨ ଧାବିକା ମହିଳା ୪ ଗୁଣା ୧୦୦ ରିଲେରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି।
୧୦୦ମି ସେମିରୁ ବଞ୍ଚିତ ଦୂତି ଚାନ୍ଦ…..






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..