ରିପୋର୍ଟ କାର୍ଡ / ବିହାର
ବିହାରରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି | ଅନେକ ଚିିକିତ୍ସାଧୀନ ଅବସ୍ଥାରେ ମଧ୍ୟ ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବିହାର ସାରଣ ଜିଲ୍ଲର ଇସୁଆପୁର ଥାନା ଅନ୍ତର୍ଗତ ଡୋଇଲା ଗାଁରେ ମଦ ଜନିତ ମୃତ୍ୟୁ ହୋଇଛି। ବିଷାକ୍ତ ମଦ କାରଣରୁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ହୋଇଛି |କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..