Report Card Odisha

| Daily Odia News

ସ୍ତ୍ରୀ ବାପଘରେ ପ୍ରେମିକା ଘରେ, ଜାଣନ୍ତୁ ତାପରେ କଣ ହେଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାପଘରୁ ସ୍ୱାମୀ ଘରକୁ ଫେରିବା ପରେ ପତ୍ନୀ ନିଜ ସ୍ୱାମୀକୁ ପ୍ରେମିକା ସହ ଦେଖିଥିଲେ। ପତ୍ନୀ ଉଭୟ ସ୍ୱାମୀ ଓ ପ୍ରେମିକାକୁ ନିରଧୂମ ଛେଚିଥିଲେ। ଏଭଳି ଫ୍ୟାମିଲି ଡ୍ରାମା କାନପୁର ଜିଲ୍ଲା ଗୁଜେନିରେ ଘଟିଛି | ସ୍ୱାମୀ-ସ୍ତ୍ରୀ-ପ୍ରେମିକାର ହଙ୍ଗାମା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ୩ ଜଣଙ୍କୁ ଥାନାକୁ ନେଇଯାଇଥିଲା। ଥାନାରେ ପତ୍ନୀ ସ୍ୱାମୀ ବରୋଧରେ ଅଭିଯୋଗ କରିଛନ୍ତି। ଗୁଜେନି ବାସିନ୍ଦା ଲୋଡ଼ାର ଚାଳକଙ୍କ ପତ୍ନୀ ଦୁଇ ଦିନ ପୂର୍ବରୁ ହଂସପୁରମ ସ୍ଥିତ ବାପ ଘରକୁ ଯାଇଥିଲେ। ମହିଳା ପୋଲିସକୁ କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ସେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବାବେଳେ ଘର କବାଟ ଖୋଲା ଥିଲା। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ସହ ତାଙ୍କ ପ୍ରେମିକା ଥିଲା ଯିଏ ବର୍ରାରେ ରୁହନ୍ତି। ମହିଳାଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକା ହଠାତ ତାଙ୍କୁ ଦେଖି ଚମକି ପଡିଲେ। ସ୍ୱାମୀ ପ୍ରଥମେ ସଫେଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ତାଙ୍କ କଥା ବିଶ୍ୱାସ କରିନଥିଲେ। ସେ ରାଗି ଯାଇଥିଲେ ଓ ସ୍ୱାମୀଙ୍କୁ ମାରପିଟ କରିଥିଲେ। ପ୍ରେମିକା ତାଙ୍କୁ ବଞ୍ଚାଇବାକୁ ଆସିବାରୁ ସେ ଆହୁରି ରାଗିଗଲେ ଓ ତାଙ୍କୁ ବି ପିଟିଥିଲେ। ଘରେ ପାଟିତୁଣ୍ଡ ଶୁଣି ପଡୋଶୀ ଆସି ଦେଖିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ୩ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କେହି ବି ପୋଲିସ କଥା ଶୁଣିନଥିଲେ। ଫଳରେ ପୋଲିସ ତାଙ୍କୁ ଥାନାକୁ ନେଇଯାଇଥିଲା।

Breaking News