ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନେପାଳ ରାଜଧାନୀ କାଠମାଣ୍ଡୁ ସହରରେ ଥିବା ଶ୍ରୀପଶୁପତିନାଥଙ୍କ ମନ୍ଦିର ନିକଟ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଆରମ୍ଭ ହୋଇଛି | ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଏହି କାର୍ଯ୍ୟ କ୍ରମ ଆୟୋଜନ କରାଯାଇଛି | ଓଡ଼ିଶା ରୁ ପ୍ରାୟ ୭୭ ଜଣ ଜଗନ୍ନାଥ ପ୍ରେମୀ କାଠମାଣ୍ଡୁ ସହରରେ ପହଞ୍ଚିଥିଲେ | ଗୁରୁବାର ଶ୍ରୀପଶୁପତିନାଥଙ୍କ ସେବାପୂଜାକରି ଦର୍ଶନ କରିଥିଲେ | ବହୁ ଭକ୍ତ ରୁଦ୍ରଭିଶେକ କରିଥିବା ଜଣାପଡିଛି | ପୂଜ୍ୟ ସଭାପତି ଶ୍ରୀରାମକୃଷ୍ଣ ମହାରାଜ, ରାଧାବଲ୍ଲଭ ମଠ ପୁରୀ, କାର୍ଯ୍ୟକାରୀ ସଭାପତି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ ଶ୍ରୀପଶୁପତିନାଥଙ୍କ ମୁଖ୍ୟ ପୂଜକ ମୂଲ ଭଟଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ଭେଙ୍କଟସ ମନ୍ଦିର ର ମୁଖ୍ୟ, ପଶୁପତି ନାଥ ମନ୍ଦିର ର ପୂର୍ବ ମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ, ଶ୍ରୀପ୍ରମୋଦ ମିଶ୍ର, ଅନ୍ୟାନ୍ୟ କର୍ମକର୍ତ୍ତା ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ବୈକୁଣ୍ଠ ମହାପାତ୍ର, ନାରାୟଣ ମହାପାତ୍ର, କୁନି ପ୍ରବଚକ କେଶବ କୃଷ୍ଣଜି,ଗୌରାଙ୍ଗ ନାୟକ ପ୍ରମୁଖ, ବହୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ |






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..