ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେପାଳ କାଠମାଣ୍ଡୁରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଶେଷ ହେବାପରେ ଦିଲ୍ଲୀ ହଜଖସ ସ୍ଥିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମ ଆସନ୍ତା ୨୯ତାରିଖ ଅର୍ଥାତ ଆସନ୍ତାକାଲି ଉଦଯାପିତ ହେବ | ଭୁବନେଶ୍ୱର ସ୍ଥିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମିତି ର ଅଧ୍ୟକ୍ଷ ମହନ୍ତ ରାମକୃଷ୍ଣ ମହାରାଜ ପୌରହିତ କରିଥିଲେ | କାଠମାଣ୍ଡୁ ରେ ଧାରାବାହିକ ପ୍ରବକ୍ତା ରୂପେ ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ସ୍କନ୍ଦପୁରାଣ ଅନୁଯାଇ ପ୍ରବଚନ ଦେଇଥିଲେ | ନେପାଳଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆ, ଶ୍ରୀପଶୁପତିନାଥଙ୍କ ମୁଖ୍ୟ ପୂଜକ ମୂଲ ଭଟ୍ଟ , ରାଜଗୁରୁ ଓ ବହୁ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ, ଦିଲ୍ଲୀ ରେ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ,ଜୟରାମ ସାମଲ, ରବିନାରାୟଣ ମହାପାତ୍ର କେଶବ ଦ୍ଵିତି କୃଷ୍ଣ, ଅନନ୍ତ କିଶୋର ରଥ, ସତ୍ୟାନନ୍ଦ ପାଣି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ବୈକୁଣ୍ଠନାଥ ଭକ୍ତ ସମାଜ ର ସଭାପତି ନିର୍ମଳ ଚନ୍ଦ୍ର ଧଳ ଓ ବାଳକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..