ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶନିବାର ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଶହୀଦନଗର ଶ୍ରୀ ଶ୍ରୀହଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୮୭ ତମ କଥାମୃତ ଓ ଭଜନ ପରିବେଷଣ କରାଯାଇଥିଲା | ପରିଷଦ ପକ୍ଷରୁ ଶ୍ରୀ ଶ୍ରୀହଟକେଶ୍ୱର ମନ୍ଦିର ରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କାର୍ଯ୍ୟ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲା | କାର୍ଯ୍ୟକ୍ରମ ରେ ପ୍ରବକ୍ତା ଡ ଗୁରୁପ୍ରସାଦ ମହାପାତ୍ର, ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀଜଗନ୍ନାଥ ଙ୍କ ବିଭିନ୍ନ ଲୀଳା ସମନ୍ଧରେ କହିବା ସହ ବହୁ ରୋଚକ ତଥ୍ୟ ପ୍ରକାଶ କରିଥିଲେ | ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ୱାରା ପ୍ରଥମେ ଭଜନ ପରିବେଷଣ କରାଯାଇଥିଲା | ପ୍ରବଚନ କାର୍ଯ୍ୟକ୍ରମ ପରେ ଶ୍ରୀଜଗନ୍ନାଥ ଙ୍କ ଆଳତି କରାଯାଇଥିଲା | ଏହା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ |

କାର୍ଯ୍ୟକ୍ରମ ରେ ନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଅଖିଳ କୁମାର ସାହୁ, ଅଜୟ ହରିଚନ୍ଦନ, ବିଷ୍ଣୁ ମହାନ୍ତି, ଗୌରାଙ୍ଗ ନାୟକ, ସୁରେଶ ମିଶ୍ର,ଡ ସୁଶୀଲ ପଟ୍ଟନାୟକ, ଶଇଲେନ୍ଦ୍ର ପାତ୍ର,ମନୋରଞ୍ଜନ ମହାନ୍ତି, ଦେବେନ୍ଦ୍ର ତ୍ରିପାଠୀ,ସ୍ମୃତି ରଞ୍ଜନ ତ୍ରିପାଠୀ, କିରଣ ସାହୁ, ଦୀପକ ବେହେରା, ଗଗନ ଦାସ , ଦିଲ୍ଲୀପ ମହାନ୍ତି, ମୃତୁଞ୍ଜୟ ପଣ୍ଡା , ଦିବ୍ୟରଞ୍ଜନ ପଟ୍ଟନାୟକ,, ସ୍ଵାଧୀନ ମହାନ୍ତି,, ତ୍ରିଲୋଚନ ନାୟକ, ମଳୟ ଜେନା,ବଂଶୀଧର ନାୟକ, ପ୍ରଭାକର ମଲ୍ଲିକ, ମୃତ୍ୟୁଞ୍ଜୟ ପଣ୍ଡା, ପରଶୁରାମ ପତି, ସୌଦାମିନୀ ପଣ୍ଡା, ବିମ୍ବାଧର ପଣ୍ଡା ମୂରଲୀଧର ପଳେଇ, ବାବୁଲି ପାତ୍ର, ରାହୁଲ ପଳେଇ, ସୋନୁ ସାହୁ,ପ୍ରତିମା ପଣ୍ଡା, ମଧୁସ୍ମିତା ଦାସ, ବାବାଜି ବିଶ୍ଵାଳ ସୁମିତା ତ୍ରିପାଠୀ, ସୌଦାମିନୀ ପଣ୍ଡା, ତନୁଶ୍ରୀ ଜେନା, ଜ୍ୟୋସ୍ନା ପଟ୍ଟନାୟକ, ଓ ପରିଷଦ ପକ୍ଷରୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ | ଉକ୍ତ କାର୍ଯ୍ୟ କ୍ରମରେ ଶ୍ରୀ ଶ୍ରୀହଟକେଶ୍ୱର ମନ୍ଦିର ର କର୍ମ କର୍ତ୍ତା ମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..