ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋକେରନାଗ ଗୁଳିବିନିମୟ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ସୋମବାର ଜାମ୍ମୁ-କାଶ୍ମୀର ଏବଂ ଶ୍ରୀନଗରର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏନଆଇଏ ସହିତ ଆତଙ୍କବାଦ ନିରୋଧି ସଂସ୍ଥା ମଧ୍ୟ ଏହି ଚଢ଼ାଉରେ ସାମିଲ ରହିଛି। ମାମଲାରେ ସମ୍ପୃକ୍ତ ଥିବା କିଛି ସନ୍ଦିଗ୍ଧ ଶ୍ରୀନଗରରେ ଲୁଚି ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ଏହି ଚଢ଼ାଉ କରାଯାଇଛି। ସୂଚନା ଅନୁସାରେ, କୋକେରନାଗ ଗୁଳିବିନିମୟ ମାମଲାରେ ଏନଆଇଏ ପ୍ରାୟ ଏକ ମାସ ତଳେ ୨ ଜଣଙ୍କ ନାମରେ ଚାର୍ଚଶିଟ୍ ଦାଖଲ କରିଥିଲା। ଏହି ୨ ସନ୍ଦିଗ୍ଧ ଶ୍ରୀନଗର ଏବଂ ଜାମ୍ମୁ-କାଶ୍ମୀରରେ ରହୁଥିବା ସୂଚନା ମିଳିଥିଲା। ସନ୍ଦିଗ୍ଧଦ୍ବୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଏବା(ଏଲଇଟି)ର ଶାଖା ସଂଗଠନ ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ) ସହିତ ଜଡ଼ିତ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଉଭୟ ଏଲଇଟି ଏବଂ ଟିଆରଏଫ ଜିହାଦ ନାମରେ କାଶ୍ମୀର ଯୁବକମାନଙ୍କୁ ପ୍ରଲୋଭିତ କରି ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଲାଗି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..