ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘୋର ଅର୍ଥାଭାବ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶରେ ଆଇନ୍ ଶୃଙ୍ଖଳା ରକ୍ଷା କରିବାକୁ ପୁଣି ଥରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଗତକାଲି ମଧ୍ୟରାତ୍ରୀରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଏହି ନିଷ୍ପତ୍ତି ନେଇଥିବା ବେଳେ ଗୋଟିଏ ମାସ ମଧ୍ୟରେ ଶ୍ରୀଲଙ୍କାରେ ଦ୍ୱିତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି କଟକଣା ଲାଗୁ କରାଯାଇଛି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଶ୍ରୀଲଙ୍କାରେ ଖାଦ୍ୟାଭାବ ସଙ୍କଟ ଦେଖାଦେଇଛି । ଯାହାକୁ ନେଇ ଶ୍ରୀଲଙ୍କାବାସୀ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ଦାବି କରିଥିଲେ । ଫଳରେ ରାଷ୍ଟ୍ରପତି ଗୋଟାବାୟା ପୁଣିଥରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ସମାନ ଅବସ୍ଥା ଶ୍ରୀଲଙ୍କାରେ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କାବାସୀ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ । ଯାହାକୁ ନେଇ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଲୋକମାନେ ନିତ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବା ଦେଖିବାକୁ ମିଳିଥିଲା । ପେଟ୍ରୋଲ ପମ୍ପରେ ମଧ୍ୟ ଲୋକଙ୍କ ଗହଳି ଦେଖାଯାଇଥିଲା ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..