ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ | ମଙ୍ଗଳବାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ସେ ଅନ୍ୟତମ ପ୍ରାର୍ଥୀ ଡୁଲାସ୍ ଆଲାପେରୁମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ପରେ କାମଚଳା ରାଷ୍ଟ୍ରପତି ଥିବା ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ରନିଲ ବିକ୍ରମସିଂହେ, ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ଡୁଲାସ୍ ଆଲାପେରୁମା ଓ ଜନତା ବିମୁକ୍ତି ପେରାମୁନେ ଦଳର ଅନୁରା କୁମାର ଦିଶାନାୟେକ ପ୍ରାର୍ଥୀ ରହିଛନ୍ତି। ଡୁଲାସ୍ ପୂର୍ବତନ ଗଣମାଧ୍ୟମ ବ୍ୟକ୍ତିତ୍ବ। ସଂସଦର ୨୨୫ ସଦସ୍ୟ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ତିନି ପର୍ଯ୍ୟାୟରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ; କିନ୍ତୁ ସେ ଅଧାରୁ ଅଧିକ ଭୋଟ୍ ପାଇଥିବା ଆବଶ୍ୟକ। ମତଦାନ ପାଇଁ ବୁଧବାର ସଂସଦ ଅଧିବେଶନ ବସିବ। ସଂସଦରେ ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ସର୍ବାଧିକ ସଦସ୍ୟ ଥିବାରୁ ରନିଲ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..