ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ ହୋଇପାରିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଲଙ୍କାରେ ୟୁପିଆଇ ସ୍ବୀକୃତି ପାଇଁ ଏକ ନେଟୱାର୍କ-ଟୁ-ନେଟୱାର୍କ ଡିଲ ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଅଥନୈତିକ ଭାଗିଦାରୀକୁ ବିସ୍ତାର କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ଶୁକ୍ରବାର ଏକ ଉଚ୍ଚାଭିଳାଷୀ ଦଲିଲ ଗ୍ରହଣ କରିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ଆମର ଅର୍ଥନୈତିକ ଭାଗିଦାରୀ ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ଗ୍ରହଣ କରିଛୁ। ଏହି ଦୃଷ୍ଟିକୋଣ ହେଉଛି ଦୁଇ ଦେଶର ଲୋକଙ୍କ ମଧ୍ୟରେ ସାମୁଦ୍ରିକ, ବାୟୁ, ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ମଜବୁତ କରିବା।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..