ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ପ୍ରଘଟ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ସିଂହଦ୍ବାର ପୋଲିସ ମାମଲା ରୁଜୁ କରିଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାର ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ରୋହିତ ଜୈଶ୍ବାଲ ୧୯୭୩ ନାଁରେ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରର ଏହି ଭିଡିଓ କରାଯାଇଛି । ରୋହିତ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିବା ସୂଚନା ମିଳିଛି । ଥାନାରେ ହାଜର ନହେଲେ ରୋହିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….