ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି। ଏବେ ସେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଶ୍ରୀମୟୀ।ସେ କବିତା ମାଧ୍ୟମରେ ଲେଖିଛନ୍ତି, ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ। ମୁଖିଆଙ୍କୁ ମନାଇବାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। କ୍ଷମତା ଲୋଭ ଯାହାକୁ ଗ୍ରାସିଛି, ସେ ତା’ ଅଭିଳାଷା ଆଦୌ ଛାଡ଼ିବେ ନାହିଁ। କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ହେଉଛି। ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଅଛି ବୋଲି ସେ କହିଛନ୍ତି।






More Stories
୨୪ରେ ରାଜ୍ୟ କ୍ୟାବିନେଟ……
ବିଧାୟକଙ୍କ ଦରମା ବୃଦ୍ଧି ନେଇ ହାଇକୋର୍ଟରେ ମାମଲା…..
ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗଣିବେ ୧୦ ହଜାର…..