Report Card Odisha

| Daily Odia News

ଧରାପଡ଼ି ନିଲମ୍ବନ ହେଲେ SSB ସିପାହୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୋକ ସେବା ଭବନର ଭାରପ୍ରାପ୍ତ ଅଧିକାରୀ ଅଡିସନାଲ ଡିସିପି ଶ୍ରୀ ସୁଜିତ କୁମାର ଦଳାଈଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମୀ ଚିଠି ପଡିଥିଲା ଏହା ସହ ସୋସିଆଲ ମେଡିଆରେ ଧମକ ମେସେଜ ଓ ଅଜଣା ଫୋନ କଲରେ ଧମକ ମାନ ଆସୁଥିଲା । ଏ ନେଇ ଶ୍ରୀ ଦଳାଇ ପୋଲିସ କମିଶନରଙ୍କୁ ଜଣାଇବା ପରେ ପୋଲି ତଦନ୍ତ କରିଥିଲା। ତଦନ୍ତରୁ ସ୍ପଷ୍ଟ ଜଣାପଡିଛି ଯେ, ସ୍ପେସାଲ ସିକ୍ୟୁରିଟି ବାଟାଲିୟନର ସିପାହୀ-୧୮୭ ଦୀପକ କୁମାର ମହାରଣା ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ନେଇ ବେନାମୀ ଚିଠି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରେରଣା କରୁଥିଲେ। ସୋସିଆଲ ମେଡିଆରେ ଧମକ ମେସେଜ ଦେବା ସହ ଅଜଣା ନମ୍ବରରୁ ଫୋନ କଲ କରି ଧମକ ଦେବା ଆଦି କାର୍ଯ୍ୟ କରିଥିଲେ। ତଦନ୍ତରେ ଏହା ସ୍ପଷ୍ଟ ହେବ ପରେ ସିପାହୀ -୧୮୭ ଶ୍ରୀ ଦୀପକ କୁମାର ମହାରଣା ଏବାବଦରେ ନିଜ ଭୁଲ ମାନିବ ପରେ ପୋଲିସ କମିଶନର ସିପାହୀ -୧୮୭ ଶ୍ରୀ ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ଏ ବାବଦରେ ତଦନ୍ତ ଜାରିରହିଛି।

Breaking News