ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ଲୋକସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ସାରା ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ ତାରିଖ ଘୋଷଣା ହେଉହେଉ ବିଜେପି ନିର୍ବାଚନ କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି ବିଜେପି। ୧୪୭ MLA, ୨୧ MP ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ। ଏହି ରିପୋର୍ଟରେ କେନ୍ଦ୍ର ସଂସଦୀୟ ବୋର୍ଡର ଚୂଡ଼ାନ୍ତ ମୋହର ବାଜିବ। ମୋହର ବାଜିବା ପରେ ରାଜ୍ୟ ବିଜେପି ତାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ।






More Stories
ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ…..
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….