Report Card Odisha

| Daily Odia News

ରାଜ୍ୟ ବଜେଟ:କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଧାନସଭାରେ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି | ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବଜେଟରେ ସବୁ କ୍ଷେତ୍ରକୁ ଧ୍ୟାନ ରଖି ମୋଟ  ୨ ଲକ୍ଷ ୩୦ ହଜାର କୋଟିର ବଜେଟ ପ୍ରସ୍ତୁତ ହୋଇଛି ।ଏହା ସହିତ ମହିଳା ବିକାଶ ଠାରୁ ଆରମ୍ଭ କରି କୃଷି ,ଶିକ୍ଷା,ଶକ୍ତି କ୍ଷେତ୍ରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି | ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ| କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ | ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କା | ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ | କୃଷି କ୍ଷେତ୍ରରେ ମହିଳା SHGଙ୍କୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ | କୃଷି କ୍ଷେତ୍ରରେ ମହିଳା SHGଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି ଖର୍ଚ୍ଚ ହେବ |ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି | ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବୟ | ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି | ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି | ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି | ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି | ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି | ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ | ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି | କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି | ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି | ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ | ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି | ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି |ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି | ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି | ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି | ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟବରାଦ | ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି | ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟିର ବ୍ୟବସ୍ଥା | ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି | ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟିର ବ୍ୟବସ୍ଥା | ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି | ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟବରାଦ | ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ | ରାଜ୍ୟରେ ଆରମ୍ଭ ହେବ ‘ଆମ ହସ୍ପିଟାଲ ଯୋଜନା’, ବ୍ୟୟବରାଦ ୭୫୦ କୋଟି |  ଆମ ହସ୍ପିଟାଲ ଯୋଜନାରେ ବର୍ଷକରେ ରୂପାନ୍ତରିତ ହେବ ୧୪୭ ହସ୍ପିଟାଲ |ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୩୩୦୦ କୋଟିର ବ୍ୟୟବରାଦ | କଟକ SCBର ପୁନଃବିକାଶ ପାଇଁ ବଜେଟରେ ୧୪୦୦ କୋଟି | ୧୦୮ ଆମ୍ବୁଲାନ୍ସ ସେବାରେ ଆଉ ୨୩୬ ଗାଡ଼ି ଅନ୍ତର୍ଭୁକ୍ତ କରାଯିବ | ୨୩୬ ନୂଆ ଆମ୍ବୁଲାନ୍ସ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ | କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି | ୨୩-୨୪ରେ ଆଉ ୫ ହଜାର ଡାକ୍ତର, ୯ ହଜାର ନର୍ସଙ୍କୁ ନିଯୁକ୍ତି ଲକ୍ଷ୍ୟ | ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ବ୍ୟବସ୍ଥା | ୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ କରାଯିବ | ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର, ୨ ହଜାର ମେଧାବୀଙ୍କୁ ବୃତ୍ତି ଦିଆଯିବ | ମାଧ୍ୟମିକ ସ୍କୁଲର ୭ ଶହ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ | ପ୍ରାଥମିକ ବିଦ୍ୟାଳୟର ୩୫୦ ପ୍ରଧାନ ଶିକ୍ଷକ, ୩୧୯ ଶିକ୍ଷକ ସଂବର୍ଦ୍ଧିତ ହେବେ | ମାଧ୍ୟମିକ ସ୍ତରରେ ୪୧୯ ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ପୁରସ୍କାର |୪୧୯ ଶ୍ରେଷ୍ଠ ସ୍କୁଲ ପୁରାତନ ଛାତ୍ରଛାତ୍ରୀ କମିଟିକୁ ପୁରସ୍କାର ମିଳିବ | ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ |

Breaking News