Report Card Odisha

| Daily Odia News

ରାଜ୍ୟ କ୍ୟାବିନେଟ ବୈଠକରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ୨୦୨୪ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ଘରମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ଏକ ମେଗା ପ୍ରକଳ୍ପ କରାଯିବ । ରାଜ୍ୟରେ ଏକ ଲକ୍ଷ ଗଭୀର କୂପ ଖନନ କରାଯିବ । ରାଜ୍ୟର ୨୫୬ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅନୁଗୁଳଠାରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠା , ରାଜ୍ୟର ୨୪ଟି ଘରୋଇ ପ୍ରଥମିକ ବିଦ୍ୟାଳୟକୁ ସରକାରୀ ଅନୁଦାନ, ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ରାଜଧାନୀରେ ପାଣ୍ଡରା ନିକଟରେ ପାନୀୟ ଜଳ ଯୋଗାଣ ପାଇଁ ଏକ ବ୍ୟାରେଜ୍‌ ନିର୍ମାଣ କରାଯିବା ପ୍ରସ୍ତାବକୁ ରାଜ୍ଯ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Breaking News