ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଚତୁର୍ଥ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ | ଏହି ବୈଠକରେ ବିଶେଷ କରି ରତ୍ନଭଣ୍ଡାର ମରାମତି ନେଇ ଏସଓପି ସହିତ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ କ୍ୟାବିନେଟ୍ ମୋହର ଲାଗିବ। ବିଶେଷ କରି ଆୟୁଷ୍ମାନ୍ ଯୋଜନା ସହିତ ବଜେଟ୍ ରେ ପ୍ରସ୍ତାବିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା , ପାନୀୟ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ଅବଧି ଏବଂ ଅର୍ଥ ଆବଣ୍ଟନ ସହିତ ଏବେ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଭଳି ପ୍ରସଙ୍ଗରେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..