ରିପୋର୍ଟ କାର୍ଡ / ଭୁବନେଶ୍ୱର
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଚାର ପ୍ରସାର ନେଇ ମିଲେଟ ମିଶନ ଆରମ୍ଭ କରିବା ସହିତ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ନୂଆ ଚାଷକୁ ପ୍ରୋତ୍ସାହନ ଦେବାକୁ ଯାଉଛନ୍ତି । ରାଜ୍ୟ ସରକାର କପା ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଇ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସୂଚନା ମୁତାବକ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ଥିବା କଳାମାଟି କପା ଚାଷ ନିମନ୍ତେ ଅନୁକୂଳ ହୋଇଥାଏ । ତେଣୁ ଏପରି ୧୩ଟି ପ୍ରମୁଖ ଜିଲ୍ଲାରେ କପା ସମବାୟ ସମିତି ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୨ ହଜାର ହେକ୍ଟର ଜମିରେ କପା ଚାଷ କରିବାକୁ ସମବାୟ ବିଭାଗ ଲକ୍ଷ୍ୟ ରଖିଛି । କପା ମଞ୍ଜିରୁ ତେଲ ବାହାର କରି ବିକ୍ରି କରାଯାଇ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଚେଷ୍ଟା କରାଯିବ । କପା ମଞ୍ଜିରୁ ବାହାରୁଥିବା ତେଲ ଲିଟର ପିଛା ୩-୪ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ତେଣୁ ଏହି ତେଲ ଚାଷୀଙ୍କୁ ଅଧିକ ଲାଭବାନ କରିପାରିବ ବୋଲି ଆଶା କରାଯାଉଛି । ଏଥିସହିତ ରାଜ୍ୟ ସରକାର ୧୦୦ଟି ସମବାୟ ସମିତିକୁ ଆଦର୍ଶ ସମବାୟ ଗଠନ କରିବା ନେଇ ଯୋଜନା କରିଛନ୍ତି । ଆଦର୍ଶ ସମବାୟ ସମିତି ସମ୍ପୂର୍ଣ୍ଣ ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପରିଚାଳହିତ ହେବା ସହିତ କୃଷି ଓ କୃଷକମାନେ ଅନ୍ୟ ସୁବିଧା ମଧ୍ୟ ପାଇ ପାରିବେ । ସେଠାରେ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯିବ, ଯେ କି ଚାଷୀଙ୍କୁ ଅନଲାଇନ ପଞ୍ଜିକରଣ ଠାରୁ ଆରମ୍ଭ କରି ଯୋଜନାର ଫାଇଦା ଉପରେ ବିବରଣୀ ପ୍ରଦାନ କରିବେ ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……