ରିପୋର୍ଟ କାର୍ଡ / ଭୁବନେଶ୍ବର
ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତିା ସେ କହିଛନ୍ତି, ଏନେଇ ନିଷ୍ପତ୍ତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ଏଥିଲାଗି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ | ଏହି ଗୁଜବକୁ ଲୋକେ ବିଶ୍ବାସ ନ କରନ୍ତୁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିବେଦନ କରିଛନ୍ତିା ସୂଚନାଯୋଗ୍ୟ ଯେ, ଜୁଲାଇ ୮ରୁ ଖୋଲିପାରେ ରତ୍ନଭଣ୍ଡାର। ଏହିଦିନଠୁ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି। ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ। ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଜୁଲାଇ ୮ ତାରିଖରୁ ରତ୍ନୠଣ୍ଡାର ଖୋଲିବା ସହ ଗଣତିମଣିତ କାମ ଆରମ୍ଭ ହୋଇପାରେ।






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..