Report Card Odisha

| Daily Odia News

ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସୂଚନା ସହିତ ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ପୋଷ୍ଟ କରି ସାଧାରଣ ଲୋକଙ୍କ, ବିଶେଷକରି ଯୁବପିଢ଼ିଙ୍କ ସହ ସକ୍ରିୟ ଭାବେ ଯୋଡ଼ି ରହିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମନ୍ତ୍ରୀମାନଙ୍କୁ ପଚାରିଥିଲେ ଯେ କେତେଜଣ ନିୟମିତ ଭାବେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ରିଲ୍, ସ୍ୱଳ୍ପଦୈର୍ଘ୍ୟର ଭିଡିଓ ଓ ଅନ୍ୟାନ୍ୟ ଆକର୍ଷଣୀୟ ଡିଜିଟାଲ୍ ଫର୍ମାଟ୍ ବ୍ୟବହାର କରି ନିଜ ମନ୍ତ୍ରଣାଳୟର କାର୍ଯ୍ୟ ଓ ସରକାରଙ୍କ ଯୋଜନାକୁ ସହଜ ଭାଷାରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। “ଯୁବକମାନେ ଇନଷ୍ଟାଗ୍ରାମରେ ଅଛନ୍ତି। ସେମାନଙ୍କ ସହ ନିରନ୍ତର ଜଡ଼ିତ ରହିବା ଆବଶ୍ୟକ,” ବୋଲି ସେ କହିଥିବା ନେଇ ସୂଚନା ମିଳିଛି ।

Breaking News