ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଦର୍ଶାଇଛନ୍ତି ଯେ, ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରାଯାଇଛି। ଏ ନେଇ ସମସ୍ତ ନିଯୋଗ ଏବଂ ତୀର୍ଥଯାତ୍ରୀଙ୍କୁ ପଲିଥିନ ବ୍ୟାଗରେ ଭୋଗ ଓ ଫୁଲ ନ ଆଣିବାକୁ କିମ୍ବା ନ ନେବାକୁ ଅନୁରୋଧ କରାଯାଉଛି। ବିକଳ୍ପ ସାମଗ୍ରୀ ଭାବେ କାଠ, ବାଉଁଶ, ପତ୍ର, ବାଡ଼ି କିମ୍ବା ଅନ୍ୟାନ୍ୟ ଶାକାହାରୀ ସାମଗ୍ରୀରେ ନିର୍ମିତ କାଗଜ, ସୂତାବ୍ୟାଗ କିମ୍ବା ଚାଙ୍ଗୁଡ଼ି ବ୍ୟବହାର କରିପାରିବେ। ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ମଧ୍ୟରେ ଏହି ସଚେତନତା ବିସ୍ତାର କରିବାରେ ସମସ୍ତେ ସହଯୋଗ କରିବା। ଶ୍ରୀମନ୍ଦିର ଓ ପୁରୀ ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦାସ ଆହ୍ବାନ ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଡିସେମ୍ବର ୩୧ ତାରିଖଠାରୁ ଚାରୋଟି ଦ୍ୱାରରେ ପଲିଥିନ୍ ଓ ପ୍ଲାଷ୍ଟିକ ବାରଣ କରାଯିବ। ବିକଳ୍ପ ବ୍ୟବସ୍ଥା ପାଇଁ ବିଭିନ୍ନ ଏସ୍ଏସ୍ଜି ଗ୍ରୁପ୍ ଓ କୁମ୍ଭକାରମାନଙ୍କୁ ପାରିଶ୍ରମିକ ଦେଇ ମାଟିପାତ୍ର, ଭୋଗେଇ ଆଦି ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା। ଏକ ଅନୁଷ୍ଠାନ ଆସି ଝୋଟରେ ନିର୍ମିତ ଏକ ସାମଗ୍ରୀ ଦେବା ସମ୍ପର୍କରେ ଆଲୋଚନା କରିଛି। ଟିକେ ଦର ଅଧିକ ରହୁଛି। ତେଣୁ କିପରି ସବ୍ସିଡିରେ ମିଳିବ ସେ ନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସେହିପରି ପୁରୀବାସୀ ମହାପ୍ରସାଦ ନେବାପାଇଁ ନିଜଘରୁ ଟିଫିନ୍ ଆଣିବା ସହ ବହିରାଗତ ଭକ୍ତମାନେ ମାଟିପାତ୍ରରେ ମହାପ୍ରସାଦ ନେବାକୁ ମହାପାତ୍ର କହିଛନ୍ତି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..