ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି ଝଡ଼ବର୍ଷା। ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରାୟ ସମଗ୍ର ରାଜ୍ୟରେ ପ୍ରବଳ ଝଡ଼ ବର୍ଷା ହୋଇଛି। ଏହି ସମୟରେ ଗଛ ଏବଂ କାନ୍ଥ ପଡ଼ିବାସହ ବଜ୍ରପାତ ଭଳି ବିପର୍ଯ୍ୟୟ କାରଣରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବାରୁ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି। ବୁଲନ୍ଦସହରରେ ଘଣ୍ଟା ପ୍ରତି ୮୯ କିମି ଏବଂ ମିରଟରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଝଡ଼ ପବନ ବହିଥିଲା। ଆଗ୍ରା, ଅଲିଗଡ଼ ଅଞ୍ଚଳ ସହିତ ରାଜ୍ୟର ଅନ୍ୟାନ୍ୟ ପୂର୍ବାଞ୍ଚଳରେ ମଧ୍ୟ ୫୦ରୁ ୮୦ କିମି ବେଗରେ ପବନ ବହିଥିଲା। ଏହା ଯୋଗୁଁଁ ଅନେକ ଅଞ୍ଚଳରେ ଘରର ଟିଣ ଛାତ ଏବଂ ନଡ଼ା ଛପର ଉଡ଼ାଇ ନେଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..