Report Card Odisha

| Daily Odia News

ପୋଷ୍ଟମର୍ଟମ ପାଇଁ ରଖା ଯାଇଥିଲା ଶବ,ଖାଇଗଲା କୁକୁର…..

ରିପୋର୍ଟ କାର୍ଡ / ରାଉରକେଲା

ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ଶବାଗାରରେ ରଖା ଯାଇଥିବା ଶବକୁ କୁକୁର ଖାଇ ଦେଇଥିବା ସୂଚନା ମିଳୁଛି । ଏଭଳି ଘଟଣା ଘଟିଛି ରାଉରକେଲା ସରକାରୀ ଡାକ୍ତରଖାନାରେ । ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁସାରେ, ଗତ ଗୁରୁବାର ଉଦିତ ନଗର ଥାନା ଅନ୍ତର୍ଗତ ମାଲ ଗୋଦାମ ଅଞ୍ଚଳରେ ବୋଲେରୋ ଧକ୍କାରେ ରାଜେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନାର ଶବାଗାରରେ ରଖାଯାଇଥିଲା। ପରିବାର ଓ ପୋଲିସ ଉପସ୍ଥିତିରେ ମୃତଦେହକୁ ନେଇ ବ୍ୟବଚ୍ଛେଦ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରଘୁନାଥପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Breaking News