ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵର ମହାନଗର ନିଗମ ଅଂଚଳାଧିନରେ ରହିଥିବା ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରି କଲେ ବ୍ୟବସାୟୀଙ୍କ ଉପରେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି। ଏହି ନିୟମ ଯେଉଁ ବ୍ୟବସାୟୀ ଉଲଂଘନ କରିବେ ତାଙ୍କର ଲାଇସେନ୍ସ ବାତିଲ ନେଇ ମଧ୍ୟ କଡା ନିର୍ଦେଶ ଦେଇଛି ବିଏମସି। ଏହା ଛଡା ଅନ୍ୟ ଦୋକାନ ମାନଙ୍କୁ ମଧ୍ୟ ବିଏମସି ପକ୍ଷରୁ ଚଢ଼ାଉ କରାଯିବା ନେଇ ମଧ୍ୟ ସୂଚନା ମିଳିଛି।, କଲେଜ, ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ନିକଟରେ ବ୍ୟବସାୟୀ ମାନେ ବିକ୍ରୟ କରିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।ନିଶା ଦ୍ରବ୍ୟକୁ ଯାଞ୍ଚ କରିବା ନେଇ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବା ସହ ଏହାକୁ କଡାକଡି ଲାଗୁ କରିବା ପାଇଁ ବିଏମସି ସାଧରଣ ପରିଷଦ ବୈଠକ ରେ ନିଷ୍ପତି ହୋଇଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..